ରାଉରକେଲାର ଟିସିଆଇ ଛକରେ “ମୋ ବସ୍” ଜଳିଗଲା।

ରାଉରକେଲା // 20 /05/2023//, (ଉତ୍କଳ ସମାଚାର) //  ଓଡିଶା ସରକାରଙ୍କ ଦ୍ବାରା ପରିଚାଳିତ “ମୋ ବସ୍” ଏବଂ ରାଉରକେଲାରେ କ୍ରୁଟ୍ (CRUT) ଦ୍ବାରା ପରିଚାଳିତ “ମୋ ବସ୍” ଓଡି ୧୪ଏବି ୬୬୭୬ ନମ୍ବର ବସ୍ ଆଜି ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଛି। “ମୋ ବସ୍”ଟି ରାଉରକେଲାରୁ ବିରମିତ୍ରପୁର ଅଭିମୁଖେ ଯାଉଥିଲା। ଟିସିଆଇ ଛକଠାରେ ଗୋଟିଏ ବଡ଼ ବିସ୍ଫୋରଣ ହୋଇ ବସରେ ନିଆଁ ଲାଗିଯାଇ ହୁତ୍ ହୁତ୍ ହୋଇ ଜଳିଥିଲା। ବସରେ ବସିଥିବା ଯାତ୍ରୀଙ୍କ ସମେତ ବସ୍ ଚାଳକ ବସରୁ ଡେଇଁପଡି ଆତ୍ମରକ୍ଷା କରିଥିଲେ। “ମୋ ବସ୍”ଟି ଜଳୁଥିଲା ସମୟରେ ଅଗ୍ନି ସେବା ବାହିନୀର ଦମକଳ ଆସି ନିଆଁକୁ ଆୟତ୍ତ କରିଥିଲା। “ମୋ” ବସ୍”ଟି ସମ୍ପୂର୍ଣ୍ଣ ଜଳି ଯାଇଛି। ଏହା ସଟ୍ ସର୍କିଟ୍ ଯୋଗୁଁ ହୋଇଛି ବୋଲି ଅନୁମାନ କରାଯାଉଛି।        ଘଟଣାରୁ ପ୍ରକାଶ ଏବଂ ବସ୍ ଚାଳକଙ୍କ କହିବା ଅନୁଯାୟୀ, “ମୋ ବସ୍”ଟି ପୂର୍ବରୁ ଯାନ୍ତ୍ରିକ ତୃଟି ଥିବା ଅନୁଭବ କରି ବସ୍ ଚାଳକ ରାଉରକେଲାରୁ ବେଲଡିହି ସ୍ଥିତ କ୍ରୁଟ୍ ଡିପୋକୁ ବସ୍ ନେଉଥିଲେ। “ମୋ ବସ୍”ରେ ଚାଳକଙ୍କ ବ୍ଯତିତ ଯାତ୍ରୀ ନଥିଲେ। ଟିସିଆଇ ଛକରେ ଆପଣାଛାଏଁ ସର୍ଟ ସର୍କିଟ୍ ହୋଇ “ମୋ ବସ୍”ରେ ନିଆଁ ଲାଗି ଯାଇଥିଲା ଏବଂ ଡ୍ରାଇଭର ତତକ୍ଷଣାତ୍ ‘ମୋ ବସ୍’ରୁ ଡେଇଁ ପଡି ଆତ୍ମରକ୍ଷା କରିବା ସହିତ ବସ୍ କର୍ମଚାରୀ ମଧ୍ୟ ବିରାଟ ଅଘଟଣରୁ ମଧ୍ୟ ବର୍ତ୍ତିଯାଇଥିଲେ। ରାଉରକେଲାରେ “ମୋ ବସ୍” ସେବା କ୍ରୁଟ୍ (CRUT) ଦ୍ବାରା ପରିଚାଳିତ ହେଉଛି। ଗତ ଜାନୁଆରୀ ମାସ ୨୦୧୩ରେ “ମୋ ବସ୍” ସେବା ହକି ପୁରୁଷ ବିଶ୍ବକପ୍ ପୂର୍ବରୁ ଆରମ୍ଭ ହୋଇଥିଲା। ଏତେ କମ୍ ସମୟ ମଧ୍ୟରେ ଯାନ୍ତ୍ରିକ ଅସୁବିଧା ଯୋଗୁଁ, ବସରେ ନିଆଁ ଲାଗି ନଷ୍ଟ ହୋଇଯାଇଥିବା ଯୋଗୁଁ ବସ୍ ମ୍ଯାନୁଫ୍ଯାକଚରିଂ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି ବୋଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ଆରଏମସି ଆୟୁକ୍ତ ଡକ୍ଟର ଶୁଭଙ୍କର ମହାପାତ୍ର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *